କୋଠ ଭୋଗଖିଆ || Kotha Bhoga Khia || Jagannath Bhajana || Bhikari Bala Song

1 month ago
7

Song Title- Kotha Bhoga Khia Mo Chaka Akhia କୋଠ ଭୋଗ ଖିଆ ମୋ ଚକା ଆଖିଆ
Type- Sri Jagannath Bhajan, Language- Odia
Original Singer- Bhikari Bala (ଭିକାରୀ ବଳ)
Singer in the Video- Umakant Mishra ଉମାକାନ୍ତ ମିଶ୍ର
Lyrics of the Song:
କୋଠ ଭୋଗଖିଆ ମୋ ଚକା ଆଖିଆ ଉଠ ହେ ପ‌ହୁଡ ଭାଙ୍ଗି
ପଣ୍ଡା ପଡିହାରୀ କରନ୍ତି ଗୁହାରୀ ହେବାକୁ ଚନ୍ଦନ ଲାଗି ||
କୋଠ ଭୋଗଖିଆ..
ନିଦା ପଥରହେ ନିଦେକି ଶୋଇଲ ଷାଠିଏ ପଉଟି ଖାଇ
ଅନାଥ ଜନଙ୍କ ଡାକ ନ ଶୁଣୁଛ ଜଗତର ନାଥ ହୋଇ
ଆରତୀ ବେଳ ଯେ ଗଡି ଯାଉଅଛି ଉଠ ହେ ଛପନ ଭୋଗୀ ।।
କୋଠ ଭୋଗଖିଆ..
ପତିତପାବନ ବାନା ଉଡାଉଛ ପତିତ ଉଧ୍ାର ପାଇଁ
ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୋ ଡାକ କି ଶୁଭେ ନାହିଁ
ଏଡେ ବଡ ପଣ ବ‌ହିଅଛ ପ୍ରଭୁ କୁହ ତେବେ କାହାଲାଗି ।।
କୋଠ ଭୋଗଖିଆ..
ତୁଳସୀର ମାଳ ଦୟଣାର ଚୂଳ ଉଭା ଘେନି ଦେବଦାସୀ
ବଡ ସିଂହାରକୁ ବୁଢା ସିଂହାରୀ ଯେ ଉଭା ହୋଇଲେଣି ଆସି
ମଣିମା ମଣିମା ଡାକ ପଡୁଅଛି ଛାମୁ ଦରଶନ ଲାଗି ।।
କୋଠ ଭୋଗଖିଆ..

Loading comments...