ନୀଳଚକ୍ରେ ହୋ || Nilachakre Ho || ଦେଖ ଉଡୁଛି ବାନା || Prafulla Kara ଓଡ଼ିଆ ଶ୍ରୀ ଜଗନ୍ନାଥ ଭଜନ

24 days ago
5

Cover- Umakant Mishra
ଓଡ଼ିଆ ଶ୍ରୀ ଜଗନ୍ନାଥ ଭଜନ ଓ ଭକ୍ତି ଗୀତ
Original Singer- Prafulla Kara (ପ୍ରଫୁଲ୍ଲ କର)
Lyrics in Odia:
ନୀଳଚକ୍ରେ ହୋ, ଦେଖ ଉଡୁଛି ବାନା
ପତିତପାବନ ନାମଟି ଯା’ର ନାଁ
ନୀଳଚକ୍ରେ ହୋ…

ଆସ ଆସ ବୋଲି ପାତକୀ ମାନଙ୍କୁ
ଡାକୁଅଛି ପରା ସଙ୍ଗାତ ଅନା
ନେତ ଧ୍ୱଜା ବର ଉଡ଼େ ଫର ଫର
ଉଡ଼ାଇ ଦେଉଛି ଭବ ଯାତନା
ନୀଳଚକ୍ରେ ହୋ,

ପଞ୍ଚକୋଶ ଯାଏଁ ଜନେ ଦେଖାଯାଏ
ଦର୍ଶନେ କଳୁଷ ହୁଅଇ ଚୁନା
ଚଉଦ ବ୍ରହ୍ମାଣ୍ଡ କରତାଙ୍କ ଲୀଳା
ଶଙ୍ଖ ନାଭି କ୍ଷେତ୍ରେ ବିଚିତ୍ର ସିନା
ନୀଳଚକ୍ରେ ହୋ…

ସଳଖ ସୁନ୍ଦର ବଡ଼ଦାଣ୍ଡ ଶୋଭା
ମର୍ତ୍ତ୍ୟ ମଣ୍ଡଳରେ କାହିଁ ଅଛି ନା
ଶରଧା ବାଲିରୁ ସ୍ୱର୍ଗଦ୍ୱାର ଯାଏଁ
ଗହଳଚଳ ନୁହେଁ କଳନା
ନୀଳଚକ୍ରେ ହୋ…

Loading comments...