ଥକା ମନ ଚାଲ ଯିବା || Thaka Mana Chala Jiba || ଜଗନ୍ନାଥ ଭଜନ

1 month ago
1

Singer- Umakant Mishra
Thaka Mana Chala jiba. Chaka nayana dekhiba |
ଓଡ଼ିଆ ଜଗନ୍ନାଥ ଭଜନ ଓ ଭକ୍ତି ଗୀତ |
Lyrics of the song:
ଥକା ମନ ଚାଲ ଯିବା, ଚକାନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା
ଥକା ମନ ଚାଲ ଯିବା, ଚକାନୟନ ଦେଖିବା

ବାଟରେ ବାଟମଙ୍ଗଳା, ଦେଖିବା ଅଠରନଳା
ପାଞ୍ଚମନ ଏକ ମେଳା, ନରେନ୍ଦ୍ର ସ୍ନାନ କରିବା
ଥକା ମନ ଚାଲ ଯିବା, ଚକାନୟନ ଦେଖିବା

ପହଞ୍ଚି ବଡ଼ଦାଣ୍ଡେ , ସେ ରେଣୁ ପାଇବା ତୁଣ୍ଡେ
ଛତା ତଳେ ରହି ଦଣ୍ଡେ , ସାଧୁଙ୍କ ସେବା କରିବା
ଥକା ମନ ଚାଲ ଯିବା, ଚକାନୟନ ଦେଖିବା

ସିଂହଦ୍ୱାରେ ଭିଡ଼ାଭିଡ଼ି , ବାଜୁଅଛି ବେତବାଡ଼ି
ଠେଲିଦେଇ ଯିବା ମାଡ଼ି , ଧକ୍କା ବାଜିଲେ ସହିବା
ଥକା ମନ ଚାଲ ଯିବା, ଚକାନୟନ ଦେଖିବା

ଗରୁଡ଼ ପଛରେ ଦେଖ , ଦିଶୁଛି କଳା ଶ୍ରୀମୁଖ
କହଇ ସାରୀଆ ଭିକ, ବଳରାମଙ୍କୁ କହିବା
ଥକା ମନ ଚାଲ ଯିବା, ଚକାନୟନ ଦେଖିବା

Loading comments...