ଦୀନବନ୍ଧୁ ଏହି ଅଳି ଶ୍ରୀ ଛାମୁରେ || Dinabandhu Ehi Ali Sri Chaamure || ଶ୍ରୀ ଜଗନ୍ନାଥ ଜଣାଣ

2 months ago
3

Dinabandhu Ehi Ali Sri Chaamure ||
Lyrics of the song:
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ
ରହିଥାଉ ନିରନ୍ତରେ,

ଦାନା କନା ପଛେ ମନା ହେଉ ମତେ
ନୀଳଚକ୍ର ବାନା ଚାହିଁ
ସୁଖୀ ହେଉଥିବି ଅଖିଳପତି ହେ
ନିର୍ଦୟ ହୋଇବ ନାହିଁ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ

ଆନନ୍ଦ ବଜାରେ ବୁଲି ମୁଁ ମଜାରେ
ଗାଉଥୁବି ତୋର ନାମ
ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି
ବୋଲି ହରେକୃଷ୍ଣ ନାମ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ

ଏଥିପାଇଁ କୁଳ ମୂଳ ହରାଇଛି
ସାଥି କରି ତୋତେ ଏକା
ଦାସ ବନମାଳୀ ଦୋଷ ନ ଧରିବୁ
ଗୋବଦ୍ଧନ ଗିରି ଟେକା
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ

Loading comments...