Kene Gheni Jaucha || କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ || ଶ୍ରୀ ଜଗନ୍ନାଥ ଭଜନ by Umakant Mishra

2 months ago
1

singer- Umakant Mishra
Lyrics of the song:
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦ୍ରଶନ କରିବୁ କାହାକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ

ଖୁଣ୍ଟିଆ ଡାକ ଦେଲେ, ପହଣ୍ଡି ବିଜେ କଲେ
ବିଜୟ କର ପ୍ରଭୁ ଚାପକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ

କୂଳବଧୁଙ୍କର ରଡ଼ି, ପଣ୍ଡାଏ ଗଡ଼ାଗଡ଼ି
ବିଧାତା ବାମ ହେଲା ଓଡ଼ିଶାକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ

ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି
ରେଣୁ ଯେ ପଡୁଥିବ ଶ୍ରୀମୁଖକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ

କହଇ ସାଲବେଗ, “ନିର୍ମାଲ୍ୟ କାହୁଁ ହେବ”
ଧିକ ଧିକ ଆମ୍ଭ ଜୀବନକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ

Loading comments...